ଅନଲାଇନ ଠକେଇର ଶିକାର: କେଉଁଠି ଅଭିଯୋଗ କରିବେ!

ଅନଲାଇନ ଠକେଇର ଶିକାର ପ୍ରାୟତଃ ସମସ୍ତେ ଫଶୁଥିବା  ଜଣାପଡୁଛି । ବର୍ତ୍ତମାନ ସମୟରେ କିଛି ସେକେଣ୍ଡରେ ହିଁ ଅପାଣଙ୍କ ପଇସା ଆକାଉଣ୍ଟରୁ ଗାଏବ ହୋଇଯାଉଛି  । ଅନଲାଇନ ଠକେଇ ହେବା ଏବେ ସାଧାରଣ ହୋଇଗଲାଣି । ଯଦି ଆପଣ ଅନଲାଇନ ଠକେଇର ଶିକାର ହେଉଛନ୍ତି ତେବେ ପ୍ରଥମେ କେଉଁଠି ଅଭିଯୋଗ କରିବେ ଏବଂ କଣ କରିବେ, ଜାଣିଛନ୍ତି କି ।

ଯଦି ଆପଣଙ୍କ ସହିତ ଠକେଇ ହେଉଛି ତେବେ ତିନୋଟି ସ୍ଥାନରେ ଅଭିଯୋଗ କରିପାରିବେ ।  
  • ପ୍ରଥମତଃ ଆପଣଙ୍କର ଯେଉଁ ବ୍ୟାଙ୍କରୁ ପଇସା କଟିଛି ସେଠାରେ ଯାଇ ଅଭିଯୋଗ କରନ୍ତୁ ।
  • ଦ୍ୱିତୀୟରେ ଯେଉଁ ଆପ୍ଲିକେସନରେ ଟଙ୍କା କଟିଛି ସେଠାରେ କରିବେ ଏବଂ
  • ତୃତୀୟରେ ୧୯୩୦ କିମ୍ବା ନିକଟସ୍ଥ ପୁଲିସ ଥାନାରେ ଯାଇ ଅଭିଯୋଗ କରିପାରିବେ ।
ଅନଲାଇନ ଠକେଇର ଶିକାର: କେଉଁଠି ଅଭିଯୋଗ କରିବେ!
Photos Credit Google

ଫୋନ୍‍ ପେ ୨୪ଘଣ୍ଟିଆ ସୁବିଧା ଯୋଗାଇ ଦେବାକୁ ଦେଶର ପ୍ରଥମ ସାଇବର ପୋର୍ଟାଲ ମଧ୍ୟ କରିଛି । ଯଦି କୌଣସି ଅନଲାଇନ୍‍ ଠକେଇ ହେଉଛି ତେବେ କିଛି ମିିନିଟରେ ହିଁ ଏହା ସମସ୍ତ ତଥ୍ୟ ଦେଇପାରିବ । ଫୋନ୍‍ ପେ ପ୍ରଥମେ ଗ୍ରାହକଙ୍କ ସୁରକ୍ଷାକୁ ବେଶ ଗୁରୁତ୍ୱ ଦେଇଆସିଛି ।

ଯେତେବେଳେ କୌଣସି ଗ୍ରାହକଙ୍କ ପକ୍ଷରୁ ଠକେଇ ନେଇ ଅଭିଯୋଗ ଆସିଥାଏ, ଅନଲାଇନ ଠକେଇ ରୋକିବା ପାଇଁ ଫୋନ୍‍ ପେ ବ୍ୟାଙ୍କ ଓ ସାଇବର ସେଲ୍‍ ସହିତ ଯୋଗାଯୋଗରେ ରହିଥାନ୍ତି । ତେବେ ପ୍ରଥମେ କେଉଁ ପ୍ରକାର ନେଣଦେଣ ହୋଇଛି, କେଉଁଠିକୁ ହୋଇଛି ତାହାର ଯାଞ୍ଚ କରାଯାଏ । ଏବଂ ଯେଉଁଠାରେ ରୋକାଯାଇ ପାରିବ ଫୋନ୍‍ ପେ ତାହାକୁ ଅଟକାଇବା ସହ ଗ୍ରାହକଙ୍କୁ ସଠିକ୍‍ ପରାମର୍ଶ ଦେଇଥାଏ ।

Top five museums of Odisha

ALSO READ:-  Deepavali is an elaborately decorated festival of lights.